ପରିବେଶ ସଚେତନତା ପାଇଁ ସମର୍ପିତ -ଦୟାନିଧି ପ୍ରଧାନ
ବରଗଡ଼ – ସାଂପ୍ରତିକ ପରିସ୍ଥିତିରେ ମଣିଷ ବ୍ୟସ୍ତ ରେ ଥିବା ବେଲେ ସମାଜରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ କି ନିଜ ଜୀବନକୁ ସମାଜସେବାରେ ସମର୍ପିତ କରିଦେଇଛନ୍ତି,ସେମିତି ଏକ ବ୍ୟକ୍ତି ହେଉଛନ୍ତି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟିଲି ବ୍ଲକ ର ଭଟିଲି ର ଦୟାନିଧି ପ୍ରଧାନ (ବୟଷ -୭୦) ଶ୍ରୀ ପ୍ରଧାନ ବୃଯ ରୋପଣ ଓ ବୃଯ ର ଯତ୍ନ ସହ ସଚେତନତା କରିବା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ତାଙ୍କ ର ନିଶା ଅଟେ ଏମିତି ସେ ଆଜି ପର୍ଯ୍ୟନ୍ତ ପାଖାପାଖି ୧ ଲଯ ରୁ ଅଧିକ ବୃଯ ରୋପଣ କରି ରଚି ଯାଇଛନ୍ତି ଏକ ଉଦାହରଣ,ଏହା ସହିତ ଡୁଙଗୁରି ରାସ୍ତା ରେ ଥିବା ୪୦ ଏକଡ଼ ଟାଙ୍ଗରା ଭୂଇଁରେ ରୋପଣ କରିଛନତି ଲଯ ଲଯ ଗଛ ଆଜି ସେହି ସ୍ଥାନ ଜଙ୍ଗଲରେ ପରିଣତ ହୋଇଯାଇଛି,କେବଲ ସେତିକି ନୁହେଁ, ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ରେ ନିଜେ ତାଙ୍କ କର୍ମ ଛାଡି ସକାଲୁ ବହାରି ପଡନ୍ତି ସଚେତନତା ବାର୍ତ୍ତା ଦେବା ପାଇଁ ବିଭିନ୍ନ ବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟ ମାନଙ୍କ ରେ କେବଲ ସେତିକି ନୁହେଁ, ବିଭିନ୍ନ ସମୟ ରେ ବୃଯ ରୋପଣ ମଧ୍ୟ ଅନେକ ବିଦ୍ୟାଳୟ ମାନଙ୍କ ରେ କରିଛନ୍ତି, ତାଙ୍କ ନିଜ ପଇସା ଖର୍ଚ୍ଚ କରି କରୁଛନ୍ତି ଏହି ପରିବେଶ ସଚେତନତା,ଏହି ପରି ସେବା ପାଇଁ ବୁଦ୍ଧିଜୀବି ମହଲ ରେ ଶ୍ରୀ ପ୍ରଧାନ ଙ୍କୁ ଲୋକେ ପ୍ରକୃତି ବନ୍ଧୁ ବୋଲି ତାଙ୍କ ଅଞ୍ଚଳରେ ଡାକନ୍ତି ଶ୍ରୀ ପ୍ରଧାନ ଙ୍କୁ,ଆମ ପ୍ରତିନିଧି ପଚାରିବାରୁ ସେ କହିଛନ୍ତି ବଞ୍ଚିଥିବା ପର୍ଯ୍ୟନ୍ତ ଏହି ସେବା ଜାରି ରହିବ ବୋଲି ଜଣାଇଛନ୍ତି,ଏହି ପରି ସେବା ପାଇଁ ତାଙ୍କ ବାସଭବନ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ଡଃ ମୁକୁନ୍ଦ ଦାଶ ପହଞ୍ଚି ତାଙ୍କ ପରିବେଶ ସଚେତନତା ଓ ବୃଯ ରୋପଣ କାର୍ଯ୍ୟ ଦେଖି ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନତି