ଜଙ୍ଗଲଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବାକୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ଏବଂ ନେଚର୍ ବ୍ଲେସିଂ ଟ୍ରଷ୍ଟ ର ସଚେତନତା କାର୍ୟକ୍ରମ ପାଇକମାଳ
ଜଙ୍ଗଲ ସୁରକ୍ଷା ଜୀବନ ସୁରକ୍ଷା ,
ଜଙ୍ଗଲ ଈଶ୍ବରଙ୍କ ସୃଷ୍ଟି ଏହାର ପୂଜା କରିବା ଈଶ୍ବରଙ୍କୁ ପୂଜାକରିବା ସଙ୍ଗେସମାନ ତେଣୁ ଅଗକାଳରେ ଯିଏ ଘର ଟିଏ କରୁଥିଲା ଆଗ ଗଛଟିଏ ଲଗାଇବାର ପରମ୍ପରା ଥିଲା ଜଙ୍ଗଲର ସୁରକ୍ଷା ପାଇଁ ସରକାର ପ୍ରାୟଶ ରେ ସମସ୍ତେ ସହଯୋଗ କରିବା ନିହାତି ଦରକାର
ଗ୍ରୀଷ୍ମ ଋତୁରେ ଜଙ୍ଗଲକୁ ନିଆଁ ଲାଗିବା ଠାରୁ ରକ୍ଷା କରିବାକୁ ତଥା ଔଷଧିୟ ଗୁଳ୍ମ, ସରୀସୃପ, ବନ୍ୟ ପ୍ରାଣୀ, ପକ୍ଷୀ ଓ ପକ୍ଷୀ ଶାବକ ମାନଙ୍କୁ ରକ୍ଷା କରିବାକୁ ଆଜି ଝାରବନ୍ଧ ବ୍ଲକ ର ପଲ୍ସିପାନି, ସୂର୍ୟମଣିପୂର୍ , ନାଲିପାନି, ଦାଓପାଲି, କୁର୍ଲୁପାଲି ଏବଂ ଅନ୍ୟାନ୍ୟ ଗ୍ରାମ ମାନଙ୍କରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ଏବଂ ନେଚର୍ ବ୍ଲେସିଂ ଟ୍ରଷ୍ଟ ର ମିଳିତ ଆନୁକୁଲ୍ୟରେ ସଚେତନତା ସଭା ମାନ ଆୟୋଜିତ ହୋଇଥିଲା। ଉକ୍ତ ସଭା ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ଏବଂ ସଭାପତି ଶ୍ରୀଯୁକ୍ତ ମୁକୁନ୍ଦ ଦାଶ ତଥା ବିଶିଷ୍ଟ ସମାଜସେବୀ ପରିବେଶବିତ୍ ଡ଼. ସୁଜିତ କୁମାର ଶତପଥୀ ଙ୍କ ସହଯୋଗୀ ମାନଙ୍କ ସହିତ ନେଚର୍ ବ୍ଲେସିଂ ଟ୍ରଷ୍ଟ ର କର୍ମକର୍ତ୍ତା କିଶୋର ଯାଦବ ,ଅନି ମହାପାତ୍ର, ମମତା ସାହୁ , ଗୋବିନ୍ଦ ବାଗ , ଗଣେଶ ରାମ ସୁନା ଉପସ୍ଥିତ ରହି ଲୋକମାନଙ୍କୁ ଜଙ୍ଗଲ ନିଆଁ କୁ ରୋକିବା ପାଇଁ ଏବଂ ପ୍ରକୃତି ର ସୁରକ୍ଷା କରିବା ପାଇଁ ପ୍ରବର୍ତ୍ତାଇ ଥିଲେ । ସଭାକୁ କେନ୍ଦୁଲିଫ ଫରେଷ୍ଟର ଶ୍ରୀମତୀ ସ୍ନେହଲତା ଯାଦବ ପରିଚାଳନା କରି ଜୈବ ବିବିଧତା ର ରକ୍ଷା କରି ଜଙ୍ଗଲ ର ସୁରକ୍ଷା ସମ୍ବନ୍ଧରେ ବିଶଦ ଆଲୋଚନା କରି ଥିଲେ ।