ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର।

ଲାଞ୍ଚ ନେଇ ଧରା ପଡିଲେ ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଙ୍ଗୀତାବିଲ ପାସ କରିଦେବାଲାଗି ଲାଞ୍ଚ ନେଇ ଧରା ପଡିଲେ ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର। ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ପିସି ଟଙ୍କା ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସହକାରୀ ଯନ୍ତ୍ରୀ । ୫୦ ହଜାର ଟଙ୍କା ପିସି ନେଉଥିବା ସୂଚନା ମିଳିଛି । ଜଣେ ଠିକାଦାରଙ୍କ ଠାରୁ ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ୧୦ ପ୍ରତିଶତ ପିସି ମାଗିଥିଲେ । ପୂର୍ବରୁ ଠିକାଦାରଙ୍କ ଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ନେଇସାରିଥିଲେ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର । ୧୮ ଲକ୍ଷ ଟଙ୍କାର କାମ ବଦଳରେ ୧୦ ପ୍ରତିଶତ ପିସିର ବଳକା ୫୦ ହଜାର ଟଙ୍କା ଦେବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଏହି ଘଟଣାକୁ ନେଇ ଠିକାଦାରଙ୍କ ବାପା ଶିଶିର ମଙ୍ଗରାଜ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଖୋର୍ଦ୍ଧା ଭିଜିଲାନ୍ସ ଡିଏସପି ଚନ୍ଦ୍ରକଳା ଜେନା ଓ ନୂଆଗଡ଼ ଡିଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରି ଧରିବାରେ ସଫଳ ହୋଇଥିଲେ I ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର। ଙ୍କ ଠାରୁ ୫୦ ହଜାର ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ଡିଏସପି ଚନ୍ଦ୍ରକଳା ଜେନା ସୂଚନା ଦେଇଛନ୍ତି I

Insight News
Author: Insight News

Leave a Reply

Your email address will not be published. Required fields are marked *