ବଲାଙ୍ଗୀର – ବଲାଙ୍ଗୀର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆପ୍ରାଇଜ଼ କଲେଜ ରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବରେ ଆପ୍ରାଇଜ କଲେଜ ବରଗଡ଼ ର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ଼ଃ ମୁକୁନ୍ଦ ଦାଶ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରଥିଲେ, କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ଆପ୍ରାଇଜ଼ କଲେଜ ବରଗଡ ର ପ୍ରଶାସନିକ ଅଧିକାରୀ ମାନସ ରଞ୍ଜନ ସାହୁ ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କଲେ ସଫଳତା ମିଳେ ବୋଲି ମତ ପ୍ରକାଶ କରିଥିଲେ l
ଏହି ଅବସର ରେ ଆପ୍ରଇଜ ଗ୍ରୁପ, ବଲାଙ୍ଗୀର ର ଅଧ୍ୟକ୍ଷ ଇଂ.ତ୍ରିବିକ୍ରମ ବେହେରା ଛାତ୍ର ଛାତ୍ରୀ ମାନଂକୁ ମନ ଧ୍ୟାନ ଦେଇ ପାଠ ପଢିଲେ ନିଶ୍ଚିତ ଭାବରେ ଭଲ ମାର୍କ ସହିତ ଭଲ ଡିଭିଜନ ରଖିବେ ଓ ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ ପାଇଁ ଆପ୍ରାଇଜ଼ କଲେଜ ରେ ଉନ୍ନତମାନ ର ଶିକ୍ଷା ପ୍ରଦାନ କରା ଯାଉଛି ବୋଲି ମତବ୍ୟକ୍ତ କରିଥିଲେ, କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜିବୀ ସୁବାଷ କୁମାର ନନ୍ଦ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଉପଦେଶ ଦେଇଥିଲେ l କାର୍ଯ୍ୟକ୍ରମ କୁ ଇଂରାଜୀ ଅଧ୍ୟାପକ ରାଧେଶ୍ୟାମ ସୁନା ପରିଚାଳନା କରିଥିଲେ , ଆପ୍ରାଇଜ କଲେଜ ବଲାଙ୍ଗୀର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ପଧାନ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଉପଦେଶ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସୁଦାମ ନାଗ, ଅଲିଶା ପଧାନ, ଚିତ୍ତରଞ୍ଜନ ପାତ୍ର ସହଯୋଗ କରିଥିଲେ l
ଶେଷରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l