ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କ୍ଷୟକ୍ଷତି ଆକଳନ ପାଇଁ ସବୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ।ପାରାଦୀପ, ମହାକାଳପଡ଼ା, ରାଜନଗର ଅଞ୍ଚଳ ବୁଲିଲେ । ରାଜକନିକା ଓ ଚାନ୍ଦବାଲିର ତଟବର୍ତ୍ତୀ ଅଞ୍ଚଳ ମଧ୍ୟ ଅନୁଧ୍ୟାନ କଲେ।
ସେପଟେ ବାତ୍ୟା ଦାନା ପରେ ଆସିଲା ପ୍ରାଥମିକ ରିପୋର୍ଟ,14 ଜିଲ୍ଲା ପ୍ରଭାବିତ ହୋଇଥିବା ନେଇ ରାଜସ୍ବ ଓ ବିପର୍ଯୟ ମନ୍ତ୍ରୀ ଙ୍କ ସୂଚନା । ବାତ୍ୟା ଦାନା ପ୍ରଭାବରେ ୧୦୮ଟି ବ୍ଲକ ପ୍ରଭାବିତ। ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ ପ୍ରଭାବିତ ହୋଇଛି ବୋଲି ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏଥିସହ ୩୧ ସହରାଞ୍ଚଳର ୪୨୬ଟି ୱାର୍ଡରେ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ବାତ୍ୟା ଯୋଗୁଁ ୩୫ ଲକ୍ଷ ୯୫ ହଜାର ସମ୍ପୂର୍ଣ୍ଣ ପ୍ରଭାବିତ। ବର୍ଷଆ ପବନରେ ୧ ଲକ୍ଷ ୨୫ ହଜାର ୯୧ଟି ଘର କ୍ଷତିଗ୍ରସ୍ତ ହୋଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।