କୁଏତରେ ଅଗ୍ନିକାଣ୍ଡରେ ରଣଝାଲି ଗାଁରେ ସନ୍ତୋଷ ଗୌଡ଼ଙ୍କ ମୃତ୍ୟୁ,କେରଳରେ ପହଞ୍ଚିଲା ମୃତଦେହ,କୁଏତ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ,


ପୁରୁଷୋତ୍ତମପୁର ରୁ ଶୁଭଙ୍କର ଦାଶଙ୍କ ରିପୋର୍ଟ
କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଅଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
କୁଏତ ଅଗ୍ନିକାଣ୍ଡରେ ୪୫ ଭାରତୀୟଙ୍କ ମୃତ୍ୟୁ ଘଟଣା। ୪୫ ଭାରତୀୟଙ୍କ ମୃତଦେହ ଧରି କେରଳ ପହଞ୍ଚିଲା ବାୟୁସେନା ବିମାନ। କେରଳ କୋଚିନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ମୃତଦେହ। ବୁଧବାର ଏକ ୬ ମହଲା କୋଠାରେ ନିଆଁଲାଗି ୪୫ ଜଣଙ୍କ ମୃତ୍ୟୁ ହୋଇଥିଲା। କୁଏତରେ ମୃତକଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ରହିଛନ୍ତି। ସମସ୍ତେ ଶ୍ରମିକ ଭାବେ ସେଠାରେ କାମ କରୁଥିଲେ ।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦.୩୦ ସମୟରେ କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି ମୃତଦେହ ନେଇ ଆସିଥିବା ବାୟୁସେନା ବିମାନ। ଏଥିପାଇଁ କେରଳ ବିମାନବନ୍ଦରରେ ଅନେକ ଗୁଡିଏ ଆମ୍ବୁଲାନ୍ସ ଅପେକ୍ଷାରେ ରହିଥିଲା। ଏନେଇ କେନ୍ଦ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ ସ୍ପଷ୍ଟ କରିଛନ୍ତି।

ସୂଚନା ଥାଉକି, ବୁଧବାର ରାତିରେ କୁଏତରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏକ ଛଅ ମହଲା କୋଠାରେ ନିଆଁ ଲାଗିଯିବାରୁ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪୫ ଜଣ ଭାରତୀୟ ଥିବାବେଳେ ସର୍ବାଧିକ କେରଳର ଲୋକ ଥିଲେ। ସମସ୍ତ ମୃତକମାନଙ୍କ ବୟସ ୨୦ରୁ ୫୦ ବର୍ଷ ହେବ ବୋଲି କୁହାଯାଉଛି। ସମସ୍ତେ ଶୋଇଥିବା ସମୟରେ ରୋଷେଇ ଘରୁ ନିଆଁ ଲାଗି ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା।
କୁଏତରେ ଅଗ୍ନିକାଣ୍ଡ ଘଟି ଓଡ଼ିଶାର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ କଟକଜିଲ୍ଲାଆଠଗଡ଼ତିଗିରିୟାଅଞ୍ଚଳରଓଅନ୍ୟଜଣେଗଞ୍ଜାମଜିଲ୍ଲାପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗାଁର ସନ୍ତୋଷ ଗୌଡ଼ ବୋଲି ଜଣା ପଡିଛି | ପିତା ବିପ୍ର ଗୌଡ଼ ଙ୍କ ପୁଅ ମୃତକ ସନ୍ତୋଷଗୌଡ଼ ଅଟନ୍ତି , ତାଙ୍କ ବୟସ 35 ବର୍ଷ ଅଟେ |ସନ୍ତୋଷ ନିଜର ଓ ନିଜ ପରିବାରର ପତିପୋଷଣ ପାଇଁ ପ୍ରଥମେମୁମ୍ବାଇଯାଇ କାମକରୁ ଥିବାବେଳେ,ଅଧିକରୋଜଗାର ଆଶାରେ ଗତଦୁଇ ବର୍ଷହେଲା କୁଏତଯାଇଥିଲେ ବୋଲି ପରିବାର ପକ୍ଷରୁକୁହା ଯାଇଛି | ବାପା ବିପ୍ର ଗୌଡ଼ଙ୍କସ୍ୱାସ୍ଥ୍ୟବସ୍ଥା (ହାର୍ଟ ଆଟାକ )ହୋଇ ଥିବା ବେଳେ ଚିକିତ୍ସା ପାଇଁ ଗତ ମାର୍ଚ୍ଚ ମାସରେ ସନ୍ତୋଷ ଘରକୁ ଆସିଥିଲେ | ପରେ କିଛି ଦିନରହିବା ପରେ ସନ୍ତୋଷ କୁଏତଫେରି ଯାଇଥିଲେ | ସେଠାରେହାଇୱେନାମକଏକକମ୍ପାନୀରେକାର୍ଯ୍ୟରତ ଥିଲେ | ଗତବୁଧବାରରାତିରେକାମରୁଫେରି ରହୁଥିବା ଆପାର୍ଟମେଣ୍ଟ ରୁମରେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟି ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ଘରକୁ ଖବର ଆସିଥିଲା | ଏ ଖବର ଆସିବା ପରେ ସନ୍ତୋଷ ଙ୍କ ବୋଉ ସଜନୀ ଗୌଡ଼ ଓ ନିଜ ସ୍ତ୍ରୀ ଅଞ୍ଜଳି ଗୌଡ଼ ଓ ଦୁଈ ପୁଅ ଭଉଣୀ, ଭିଣୋଇ ଭାଇ ଦୁଃଖରେ ଫାଟି ପଡ଼ିଥିଲେ |
ଏବଂ ରଣ ଝାଲି ଗାଁରେ ଶୋକାକୁଳ ପରିବେଶ ଦେଖା ଦେଇଛି | ମୃତକ ସନ୍ତୋଷ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଥିଵା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି | ତେବେ ବୃଦ୍ଧ ପିତା ମାତା ଓ ବିଧବା ସ୍ତ୍ରୀ ସହିତ ଦୁଈ ପୁଅଙ୍କ ଭବିଷ୍ୟତ କଣ ହେବ ବୋଲି ଗାଁରେ ସମସ୍ତ ଙ୍କ ମୁହଁରେ ସେଇ ଗୋଟିଏ କଥା ଶୁଣା ଯାଉଛି |

Insight News
Author: Insight News

Leave a Reply

Your email address will not be published. Required fields are marked *