ବ୍ରହ୍ମପୁର. ସାମ୍ବାଦିକଙ୍କ ପରଲୋକ ଘଟିଛି। ସାମ୍ବାଦିକ ଶ୍ରୀନୁ ବାବୁ ଦୈନିକ ତେଲୁଗୁ ଖବର କାଗଜ ସାକ୍ଷୀ ରେ କାର୍ଯ୍ୟରତ ଥିଲେ। ପୂର୍ବରୁ ସେ ଅନ୍ୟ ଖବର କାଗଜ ରେ କାର୍ଯ୍ୟ କରିଛନ୍ତି। ଅଞ୍ଚଳରେ ସେ ଜଣେ ଜଣାଶୁଣା ସାମ୍ବାଦିକ ଥିଲେ।ସକାଳେ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ ଘୋଷଣା ହୋଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି। ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକ ର ଛାୟା ଖେଳିଯାଇଥିଲା। ଘଟଣା ସ୍ଥଳରେ ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ଅଞ୍ଚଳ ଲୋକେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ତାଙ୍କର ଶେଷକ୍ରିୟା ସରିଛି ।