ମୋ ମନର କଥା |
1ଗଣ ମାଧ୍ୟମ ବିକ୍ରି ହୋଇ ଯାଇଛି |ଆପଣଙ୍କ ମନର କଥାକୁ କିଏ ବୁଝିବ ?2 ଦୀର୍ଘ ବର୍ଷେ ହେଲା ମଣିପୁର ଜଳୁଛି |ନାରୀମାନଙ୍କୁ ଉଲଗ୍ନ କରି ବୁଲା ଯାଉଛି |
3 ଚଣ୍ଡୀଗଡ଼ ଓ ସୁରତରେ ନିର୍ବାଚନୀ ଛଳନାରେ ଲକ୍ଷ ଲକ୍ଷ ଲୋକଙ୍କର (Fundamental Right)ଲୋକତାନ୍ତ୍ରିକ ଅଧିକାରକୁ ହତ୍ୟା କରାଯାଉଛି|
4 ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନକୁ ବଦଳାଇବା ପାଇଁ ଭରପୁର ଚେଷ୍ଠା ଚାଲିଛି |
5 ଦେଶର ଅନ୍ନଦାତା କୃଷକ ମାନଙ୍କୁ ଖାଲିସ୍ଥାନୀ କୁହା ଯାଉଛି |ସେମାନଙ୍କୁ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଦିଆ ଯାଉନି |ସେମାନଙ୍କ ଉପରେ ଗୁଳି ଓ ଲୁହ ବୁହା ଗ୍ୟାସ ପ୍ରୟୋଗ ହେଉଛି |
ବାହୁ ବଳି ନେତାଙ୍କୁ ବଞ୍ଚାଇବା ପାଇଁ ଦେଶର ଆଲମ୍ପିକ ବିଜେତା ଖେଳାଳୀ ମାନଙ୍କ ଉପରେ ପୋଲିସ ଲାଠି ମାଡ଼ କରୁଛି |
ଦେଶକୁ ବିପକ୍ଷ ଶୁନ୍ୟ କରିବା ପାଇଁ ଅରବିନ୍ଦ କେଜ୍ରିୱାଲ ଓ ହେମନ୍ତ ସୋରେନ୍ ଭଳି ବିରୋଧୀ ଦଳର ନେତା ମାନଙ୍କୁ ବିନା ପ୍ରମାଣରେ ଜେଲ୍ ପଠାଇ ଦିଆ ଯାଉଛି |
6 ନିର୍ବାଚନ କମିଶନ ଓ ସୁପ୍ରିମକୋର୍ଟ ଭଳି ଦେଶର ନିରପେକ୍ଷ ଓ ସ୍ଵତନ୍ତ୍ର ଅନୁଷ୍ଠାନ ମାନଙ୍କୁ ସରକାରଙ୍କ ଇସାରା କାମ କରିବା ପାଇଁ ପରୋକ୍ଷରେ ବାଧ୍ୟ କରାଯାଉଛି |
7. ଇଡି ଓ ସିବିଆଇ ଭଳି ସଂସ୍ଥାକୁ ଶାସକ ଦଳର ପାଣ୍ଠି ସଂଗ୍ରହ ପାଇଁ ବ୍ୟବହାର କରାଯାଉଛି |
9ଦେଶର ସବୁଠୁ ବଡ଼ ଘୋଟାଲା ଇଲେକ୍ଟରାଲ ବଣ୍ଡ ଘୋଟାଲାକୁ ଲୋକଙ୍କୁ ଲୁଚା ଯାଉଛି |
10 ଗ୍ୟାରେଣ୍ଟି ନାଁ ରେ ବର୍ଷକୁ ୨ କୋଟି ଚାକିରି, କଳାଧନ ଫେରେଇ ଆଣିବା,ଅଛେଦିନ ଆଣିବା, ଗଙ୍ଗା ନଦୀକୁ ସଫା କରିବା ଭଳି ମିଛ କୁହାଚାଲିଛି|
11 ଦେଶର ପ୍ରଧାନମନ୍ତ୍ରୀ ଦିନ ଦ୍ବିପହରରେ ମିଚ୍ଛ କହୁଛନ୍ତି |ସାମ୍ପ୍ରଦାୟିକ ଭେଦଭାବ ବଢ଼ାଇବା ଭଳି ଭାଷଣ ଦେଉଛନ୍ତି| ଆଉ ନିର୍ବାଚନ କମିଶନ ନୀରବ ରହୁଛନ୍ତି|
12?ପେଟ୍ରୋଲ, ଡିଜେଲ୍, ଗ୍ୟାସ୍ ଓ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହୃତ ଜିନିଷ ର ରେଟ କମ୍ କରିବାକୁ କହି ସରକାର କୁ ଆସିବା ପରେ କମ୍ପାନୀ ମାନଙ୍କ ଠୁ କମିଶନ ଖାଇ ଓଲଟା ରେଟ୍ ବୃଦ୍ଧି କରାଯାଉଛି, ଟ୍ୟାକ୍ସ ଡବଲ ନିଆଯାଉଛି ଏହା ସହ ବିଗତ ୧୦ ବର୍ଷରେ ୧୬୦ ଲକ୍ଷ କୋଟି ଟଙ୍କାର ବିଦେଶି ଋଣ ଆଣି ଲୋକଙ୍କ ମୁଣ୍ଡ ଉପରେ ବୋଝ ଲଦି ଦିଆଯାଉଛି
ଭାରତ ବିଶ୍ଵର ସବୁଠୁ ବଡ଼ ଲୋକତନ୍ତ୍ର ଏବେ କିନ୍ତୁ ସବୁଠୁ ବଡ଼ ଏକଛତ୍ରବାଦ ଶାସନ ହେବା ଦିଗରେ ଗତି କରୁଛି । ଥରେ ଭାବି ଦେଖନ୍ତୁ, ମହାତ୍ମା ଗାନ୍ଧିଜୀ, ବାବା ସାହେବ ଆମ୍ବେଦକର, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ସହିଦ୍ ଭଗତ ସିଂହ କଣ ଭାବୁଥିବେ ଦେଶର ଆଜିର ଏ ସ୍ଥିତିକୁ ଦେଖି ! ଜଣେ କ୍ଷମତା କାଙ୍ଗାଳ ରାଜନେତା ପାଇଁ ଆମେ ଆମ ଦେଶର ଗୌରବମୟ ପରମ୍ପରାକୁ ନଷ୍ଟ କରିବାକୁ ଦେବା ନାହିଁ । ସବୁଠୁ ବଡ଼ ଗୁରୁତ୍ତ୍ୱପୂର୍ଣ କଥା ହେଲା, ବେଶୀ ଡେରି ହୋଇଯିବା ପୂର୍ବରୁ ଆମେ ଭାରତର ଲୋକ ଜାଗିବା ।
✅ ଶିକ୍ଷା ପାଇଁ, ବିଦ୍ୟାଳୟ ପାଇଁ ଭୋଟ ଦେବା
✅ ରୋଜଗାର ପାଇଁ ଭୋଟ ଦେବା
✅ ସ୍ବାସ୍ଥ୍ୟ ସେବା, ଡ଼ାକ୍ତରଖାନା ପାଇଁ ଭୋଟ ଦେବା
✅ କୃଷକଙ୍କ ଅଧିକାର ପାଇଁ ଭୋଟ ଦେବା
✅ ମଣିପୁର ପାଇଁ ଭୋଟ ଦେବା
✅ ଲଦାଖ ପାଇଁ ଭୋଟ ଦେବା
✅ ବିଜୁଳି, ପାଣି ପାଇଁ ଭୋଟ ଦେବା
✅ ଦରଦାମ୍ ବୃଦ୍ଧି ବିରୋଧରେ ଭୋଟ ଦେବା
✅ ଏମିତି ନେତାଙ୍କୁ ଭୋଟ ଦେବା ଯିଏ ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ଦେଇ ପାରୁଥିବ
✅ ଏଭଳି ନେତାଙ୍କୁ ଭୋଟ ଦେବା ଯିଏ ମିଛ ଗ୍ୟାରେଣ୍ଟି ଦେଉ ନ ଥିବ
✅ ଶିକ୍ଷିତ ଓ ବିନମ୍ର ନେତାଙ୍କୁ ଭୋଟ ଦେବା ସବୁଠୁ ଗୁରୁତ୍ତ୍ୱପୂର୍ଣ
✅ ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ଭୋଟ ଦେବା
✅ ଭାରତ ପାଇଁ ଭୋଟ ଦେବା ????????
ମନେରଖିବେ: ଯଦି ଭାରତ ପୂର୍ଣ୍ଣ ଭାବେ ଏକଛତ୍ରବାଦ ଦେଶ ହୁଏ ତେବେ,
☠️ ଆପଣଙ୍କ ସ୍ବର ସବୁଦିନ ପାଇଁ ବନ୍ଦ କରାଇ ଦିଆଯିବ
☠️ ସାମାଜିକ ଗଣ ମାଧ୍ୟମ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେବ
☠️ଆପଣଙ୍କ ଅଧିକାର ସାବ୍ୟସ୍ତ ପାଇଁ କୌଣସି ପ୍ରକାର ବିକ୍ଷୋଭ ଓ ପ୍ରଦର୍ଶନର ଅନୁମତି ଦିଆଯିବ ନାହିଁ
☠️ ଆପଣ କଣ ଖାଇବେ, କଣ ପିନ୍ଧିବେ, କଣ ଦେଖିବେ, କଣ ପଢ଼ିବେ ସବୁ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେବ
☠️ ଯିଏ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବ, ସେ ଜେଲ୍ ଯିବ
☠️ ଚଣ୍ଡୀଗଡ଼ ଓ ସୁରତରେ ଯାହା ହେଲା ଦେଶ ସାରା ସେଇଆ ହେବ – “ଏକ ରାଷ୍ଟ୍ର, ଶୂନ୍ୟ ନିର୍ବାଚନ”
☠️ ଭାରତ ଉତ୍ତରକୋରିଆ ଭଳି ହୋଇଯିବ |
କିନ୍ତୁ ଆପଣଙ୍କର ଗୋଟିଏ ଭୋଟ ☝️ ଏସବୁ ବଦଳାଇପାରିବ
✅ ଏ ବାର୍ତ୍ତାକୁ ୧୦୦ ଲୋକଙ୍କ ପାଖରେ ପହଞ୍ଚାନ୍ତୁ । ଫେସବୁକ୍ ଓ what’s app ରେ ୧୦୦ ଲୋକଙ୍କ ପାଖକୁ forward କରନ୍ତୁ। ଆସନ୍ତୁ, ଲୋକଙ୍କ ବଳ ଦେଖାନ୍ତୁ। ଆମେ ଆମ ସମ୍ବିଧାନ ବଦଳାଇବାକୁ ଦେବା ନାହିଁ, ଆମ ପ୍ରିୟ ଦେଶକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରିବା। ଆମେ ଏ ବାର୍ତ୍ତା ୧୦୦ କୋଟି ଭୋଟରଙ୍କ ପାଖକୁ ପହଞ୍ଚାଇବା ।
ଜୟ ହିନ୍ଦ୍, ଜୟ ଭାରତ ????????
ଡ଼ଃ ଶମ୍ଭୁ ପାଣିଗ୍ରାହୀ |ଲୋକଙ୍କ ସ୍ୱର |