ବେଙ୍ଗାଳୁରୁ ତା ୧୫-୪: ଓଡ଼ିଶା ସାଂସ୍କୃତିକ ସେବା ଟ୍ରଷ୍ଟ, ବେଙ୍ଗାଲୁରୁ ତରଫରୁ ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ଭୋଗନ୍।ହ।ଲି ମେନ ରୋଡ ପାନ।ଥୂର୍ ଠାରେ ଓଡ଼ିଆ ସମାବେଶ ଅନୁଷ୍ଠିତ ହୋଇ ସମସ୍ତଙ୍କୁ ପଣl ବଣ୍ଟନ କରାଯାଇ ଥିଲା l ଅତିଥି ଭାବେ ଅବସର ଅତିରିକ୍ତ ନିର୍ଦ୍ଦେଶକ ,ସୂଚନା ଓ ଲୋକ ସମ୍ପର୍କ ବିଭାଗ,ଓଡ଼ିଶା ସରକାର ତଥା ଥିଙ୍କର୍ଶ କ୍ଲବ ସଭାପତି ବରଦା ପ୍ରସନ୍ନ ଦାସ ଯୋଗ ଦେଇଥିଲେ l ଅନୁଷ୍ଠାନ ର ସଭାପତି ତୁଷାର ପରିଜା,ବିକାଶ ଭଞ୍ଜବାବୁ ଓ ସାଥୀମାନେ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଚର୍ଚ୍ଚା କରିଥିଲେ l ଆସନ୍ତା ଏପ୍ରିଲ ୨୮ ତାରିଖ ରେ ଅନୁଷ୍ଠାନ ତରଫରୁ ନବ ଓଡ଼ିଶାର ନିର୍ମାତା ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳିତ ହେବାର କାର୍ଯକ୍ରମ ରହିଛି l ସାଂସ୍କୃତିକ ଅଣରାଜନୈତିକ ସେବା ପ୍ରତିଷ୍ଠାନ, ନିଜର ସଦସ୍ୟ ମାନଙ୍କ ମାଧ୍ୟମରେ ସମାଜର ବଞ୍ଚିତ ବର୍ଗର ଜନ ସାଧାରଣ ଙ୍କର ସେବା ତଥା ନୂତନ ପିଢ଼ିର ଵ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତି ଜନିତ ସଂସ୍କାର ଦ୍ୱାରା ସମାଜ ପରିବର୍ତ୍ତନ ନିମନ୍ତେ କାର୍ଯ୍ୟରତ।