ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ ଙ୍କ ବାପା ଗୌରୀ ଶଙ୍କର ଅମାତ ପରଲୋକରେ

ପୂର୍ବତନ ଓଡିଶା ବାଚସ୍ପତି ତଥା ବର୍ତମାନ ସୂଚନା ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ ଙ୍କ ବାପା ଗୌରୀ ଶଙ୍କର ଅମାତ ଙ୍କ ପରଲୋକ.ସ୍ବର୍ଗତ ଗୌରୀଶଙ୍କର ଅମାତ ଜଣେ ନିଷ୍ଠାପର ପରୋପକାରୀ ସମାଜସେବୀ ଥିଲେ. ତାଙ୍କ ମୃତ୍ୟୁ ରେ ସମଗ୍ର ବୌଦ୍ଧ ଜିଲ୍ଲା ରେ ଶୋକର ଛାୟା ଖେଳି ଯାଇଛି. ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ପିତା ଗୌରୀ ଶଙ୍କର ଅମାତଙ୍କ ବୁଧବାର ବିଳମ୍ବିତ ରାତି ପ୍ରାୟ 2.33 ମିନିଟ୍ ସମୟରେ ଭୁବନେଶ୍ୱର ଠାରେ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଅମାତ୍ କିଛି ଦିନ ତଳେ ଅସୁସ୍ଥ ହୋଇ ଚିକିତ୍ସlଧୀନ ଥିଲେ | ସ୍ବର୍ଗତ ଅମାତଙ୍କ ମର ଶରୀରକୁ ବୌଦ୍ଧ ଅଣାଯାଇ ଶେଷକୃତ୍ୟ ବୌଦ୍ଧରେ ସମ୍ପନ୍ନ ହେବ ବୋଲି ଜଣା ପଡିଛି l ତାଙ୍କ ଶେଷ ଦର୍ଶନ ପାଇଁ ଭୁବନେଶ୍ୱରସ୍ଥିତ ବାସଭବନ ଠାରେ ଆତ୍ମୀୟ ସ୍ବଜନ, ବନ୍ଧୁ ବର୍ଗ ଓ ବହୁ ବିଶିଷ୍ଟ ବ୍ୟକ୍ତି ପହଂଚି ଥିବା ଦେଖିବାକୁ ମିଳିଛି |

Insight News
Author: Insight News

Leave a Reply

Your email address will not be published. Required fields are marked *