ମହାବିଦ୍ୟାଳୟ ଓ ବିଦ୍ୟାଳୟ ରେ ବନାଗ୍ନି ପ୍ରଶମନ ସଚେତନତା କର୍ମଶାଳା


ପାଇକମାଳ / ବରଗଡ଼ – ୨୩/୩/୨୦୨୪ -ପ୍ରାକୃତିକ ସବୁଜିମାର ପରିବେଶ ଭିତରେ ଜଙ୍ଗଲର ମହତ୍ତ୍ଵ କାହାକୁ ବା ଶାନ୍ତି ପ୍ରଦାନ କରି ନ ଥାଏ ? କିନ୍ତୁ ଜଙ୍ଗଲ ନିଆଁ ପରିବେଶ ଓ ପ୍ରକୃତି ପ୍ରେମୀ ମାନଙ୍କ ହୃଦୟରେ ମଧ୍ୟ ବହୁତ ଦୁଃଖ ଦେଇଥାଏ। ଏହି ପରିପ୍ରେକ୍ଷୀରେ ଆଜି ବିନ୍ଧ୍ୟ ବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପାଇକମାଳ , ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ନୃସିଂହନାଥ ରେ ବନାଗ୍ନି ପ୍ରଶମନ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଜନ କଲ୍ୟାଣ ସେବା ଟ୍ରଷ୍ଟ ,ବରଗଡ଼ ର ପ୍ରତିଷ୍ଠାତା ସଭାପତି ଶ୍ରୀଯୁକ୍ତ ମୁକୁନ୍ଦ ଦାଶ ଏବଂ ନେଚର୍ ବ୍ଲେସିଂ ଟ୍ରଷ୍ଟ, ପାଟଣାଗଡ଼ ର ସଭାପତି ସମାଜସେବୀ, ପ୍ରକୃତିବନ୍ଧୁ ପରିବେଶବିତ୍ ଡ଼. ସୁଜିତ କୁମାର ଶତପଥୀ ଗ୍ରୀଷ୍ମ ଋତୁରେ ଜଙ୍ଗଲକୁ ନିଆଁ ଲାଗିବା ଠାରୁ ରକ୍ଷା କରିବାକୁ ତଥା ଔଷଧିୟ ଗୁଳ୍ମ, ସରୀସୃପ, ବନ୍ୟ ପ୍ରାଣୀ, ପକ୍ଷୀ ଓ ପକ୍ଷୀ ଶାବକ ମାନଙ୍କୁ ରକ୍ଷା କରିବାକୁ ମତ ପ୍ରକାଶ କରିଥିଲେ। ନିଜ ନିଜ ର ଜନ୍ମଦିନ, ବିବାହ ବାର୍ଷିକୀ ତଥା କୌଣସି ବିଶିଷ୍ଟ ଆୟୋଜନ ସମୟର ମଧ୍ୟ ଗୋଟିଏ ଗୋଟିଏ ବୃକ୍ଷ ରୋପଣ ଏବଂ ଯତ୍ନ କରିବାକୁ ପରାମର୍ଶ ଦେଇଥିଲେ। ସେହି ପରି ଉଭୟ ଅନୁଷ୍ଠାନ ର ଅଧ୍ୟକ୍ଷ ଏଵଂ ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ପରିବେଶ ସୁରକ୍ଷା ବିଷୟରେ ବୁଝାଇଥିଲେ । ଲୋକମାନଙ୍କୁ ଜଙ୍ଗଲ ନିଆଁ କୁ ରୋକିବା ପାଇଁ ଏବଂ ପ୍ରକୃତି ର ସୁରକ୍ଷା କରିବା ପାଇଁ ସଭାରେ ଉପସ୍ଥିତ ଅନ୍ୟ ଅତିଥି ମାନେ ପ୍ରବର୍ତ୍ତାଇ ଥିଲେ । ଏହି କାର୍ଯ୍ୟକ୍ରମରେ ପରିବେଶ ସଚେତନତା ପାଇଁ ସମାଜସେବୀ ତଥା ପ୍ରକୃତିବନ୍ଧୁ ଶ୍ରୀଯୁକ୍ତ ବିଭୂତି ଭୂଷଣ ମୁଣ୍ଡଙ୍କୁ ଅନୁଷ୍ଠାନ ପକ୍ଷ ରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହା ସହିତ ମହତ୍ ସେବା ପାଇଁ ଟ୍ରଷ୍ଟ ର ଆଜୀବନ ସଦସ୍ୟ ଶ୍ରୀଯୁକ୍ତ ବଡ଼ ଶତପଥୀ,ଶ୍ରୀମତୀ ସ୍ନେହଲତା ଯାଦବ,ଶ୍ରୀଯୁକ୍ତ ଶ୍ୟାମଲାଲ ପ୍ରଧାନ , ଶ୍ରୀଯୁକ୍ତ ପ୍ରେମସାଗର ଫୌଜଦାରଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗ୍ରାମ ମାନଙ୍କରେ ପୋଷ୍ଟର, ବ୍ୟାନର, ମାଧ୍ୟମରେ ସଚେତନତା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କିଶୋର ମିର୍ଦ୍ଧା,ଶ୍ଵେତା ମିଶ୍ର, ଅନିତା ସାହୁ, ସୁରଥ ସାହୁ , ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ଶେଷରେ ଶିଶୁ କଳାକାର କୁମାରୀ ଲକ୍ଷ୍ମୀ ପ୍ରିୟା ମିର୍ଦ୍ଧା ନୃତ୍ୟ ପରିବେଷଣ କରିଥିଲେ । ପରିଶେଷରେ ଅନୁଷ୍ଠାନର ରାଜ୍ୟ ମୁଖ୍ୟ ଡ଼ ସୁଜିତ କୁମାର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Insight News
Author: Insight News

Leave a Reply

Your email address will not be published. Required fields are marked *