ପୁରୁଷୋତ୍ତମପୁର ରିପୋର୍ଟର୍: ଶୁଭଙ୍କର ଦାଶ
ରଣଝାଲି ରେ ପହଁଚିଲା ସନ୍ତୋଷ ଙ୍କଶବ, କାନ୍ଦ ବୋବାଳିରେ ଫାଟି ପଡିଲା ଗାଁ ଦାଣ୍ଡ
କୁଏତ ର ଅଗ୍ନି କାଣ୍ଡ ରେ ମୃତ୍ୟୁ ବରଣ କରିଥିବା ସନ୍ତୋଷ ଗୌଡ଼ଙ୍କ ଶବ ତାଙ୍କନିଜଗାଁ ରଣଝାଲି ରେଅପରାହ୍ନ ଏକଘଣ୍ଟସମୟରେପହଂଚିବା ପରେଶବକୁଦେଖିକାନ୍ଦ ବୋବାଳିରେଘରଫାଟିପଡୁ ଥିଲାଗାଁଦାଣ୍ଡ,ପିତା,ମାତା, ଆତ୍ମୟସ୍ୱଜନଶବକୁଧରିବାହୁନିବାହୁନିକାନ୍ଦୁଥିବାର କରୁଣ ଦୃଶ୍ୟକୁ ଦେଖି ଗାଁରେ ଖେଳି ଯାଇଥିଲା ଶୋକର ଛାୟା |ଏହି ଦୁଖଃଦ ଘଟଣା କୁ ଦେଖି ଉପସ୍ଥିତ ଜନତାଙ୍କ ଆଖିରୁ ବୋହିଯାଇଥିଲାଦୁଃଖରଅଶ୍ରୁ | ତେବେ ଶବ ପାଖରେ ପହଞ୍ଚି ଥିଲେ ଖଲ୍ଲିକୋଟ ବିଧାୟକ ପୁର୍ଣଚନ୍ଦ୍ର ସେଠି, ଆସ୍କା ଏମପି ଅନିତା ଶୁଭ ଦର୍ଶିନୀ, ବୁଗୁଡ଼ା ବିଧାୟକ ତଥା ନବ ନିର୍ବାଚିତ ରାଷ୍ଟ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ, ଗୋପାଳ ପୁର କେବିନେଟ ମନ୍ତ୍ରୀ ବିଭୁତି ଜେନା, ଅରୁଣ କୁମାର ପଣ୍ଡା, ଯଜ୍ଞ ନାରାୟଣ ଦାଶ ଙ୍କସହିତ ଅନେକ ନେତା, କର୍ମୀ ଶବକୁ ଦର୍ଶନ କରି ତାଙ୍କଉପରେ ପୁଷ୍ପମାଲ୍ୟପ୍ରଦାନକରିସନ୍ତୋଷ ଗୌଡ଼ଅମରରହେଧ୍ଵନିଦେଇ ଥିଲେ | ଏମାନଙ୍କ ସହ ବ୍ଲକ ବିଡ଼ିଓମନୋଜନାୟକ, ତହସିଲଦାର ଲୋପାମୁଦ୍ରା ରଥ, ଜିଲ୍ଲାସହକାରୀ ଶ୍ରମ ଅଧିକାରୀରଶ୍ମିରେଖାପଣ୍ଡା, ଏସଡ଼ିପିଓ ରଜନୀ କାନ୍ତ ସାମଲ ଙ୍କ ସହ ଥାନା ଷ୍ଟାଫ ଓ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଭଗବାନ ପରିଡା ଙ୍କ ସହ ହଜାର, ହଜାର ସଂଖ୍ୟା ରେ ଜନ ସାଧାରଣ ଉପସ୍ଥିତ ଥିଲେ |ତେବେ ଗଞ୍ଜାମ ର ଅଧିକାଂଶ ଲୋକ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁବିଦେଶ କୁଯାଇ ଏହିଭଳି ଦୁର୍ଘଟଣା ଓ ହତ୍ୟା ରଶିକାରହେଉଥିବାରଦେଖି ବାକୁମିଳୁଛି,ଏହାଉପରେ
ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଦାଦନ ଦୂର ପାଇଁ ପ୍ରସ୍ତାବ ଦେଇଛନ୍ତି ତାହା ଓଡିଶା ରେ କାର୍ଯ୍ୟକାରୀ କରିବାକୁ ରାଷ୍ଟ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ଏହି ଦାଦନଶ୍ରମିକ ଙ୍କ ବିଷୟରେ ପଚାରିବାରୁ ସେକହିଲେ କି ଦାଦନ ସମସ୍ୟା ଦୂର ପାଇଁ ଏଠାରେ ନିଶ୍ଚିତ ଭାବେ ଶିଳ୍ପଓ କାରଖାନା କାର୍ଯ୍ୟକାରୀ ହେବଓ ଲୋକମାନେ ଏଠାରେ କାର୍ଯ୍ୟ କରିବେ ବୋଲି କହିଛନ୍ତି | ଏହି ଘଟଣା ରେ ଗାଁର ଆବାଳ ବୃଦ୍ଧ ବନୀତା ଆଜି ଶୋକ ବ୍ୟକ୍ତ କରିଛନ୍ତି | ଏବଂ ସ୍ଥାନୀୟ ଗ୍ରାମବାସୀ ଓ ବରିଷ୍ଟ ନାଗରିକ ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି |
ସଂସ୍କାର କାର୍ଯ୍ୟ ପାଇଁ ବିଡ଼ିଓ ରେଡ଼କ୍ରସଫଣ୍ଡ ଓ ଜିଲ୍ଲପାଳଙ୍କ ଫଣ୍ଡ ଏବଂ ରାଜ୍ୟ ସରକାର ଙ୍କ ପାଖରୁ 4ଲକ୍ଷ ଟଙ୍କା ର ସମସ୍ତ ଆର୍ଥିକ ସହାୟତା ପ୍ରଦାନ କରିଥିବାର ସୂଚନା ଦେଇ ଛନ୍ତି | ପରେ ଗାଁ ଲୋକେ ଶବସଂସ୍କାର ନିମନ୍ତେ ଶବକୁ ଧରି ଗାଁ ପରି ଭ୍ରମଣ କରି ରାମନାମ ସତ୍ୟହେ, ହରିନାମ ସତ୍ୟ ହେ କହି ଶ୍ୱଶାନ କୁ ନେଇ ଥିଲେ | ଏବଂ ସନ୍ତୋଷ ଙ୍କ ଶବ ଲେଲିହାନ ଅଗ୍ନି ଭିତରେ ଲୀନ ହୋଇ ଯାଇଥିଲା
ଉଭୟଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇଛନ୍ତି