ଏକାକୀ ଲଢିବୁ ୨୧ ଲୋକସଭା ଓ ୧୪୭ ବିଧାସଭା ,ମନମୋହନଓଡ଼ିଶାରେ ମେଣ୍ଟକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱରେ ଏକପ୍ରକାର ଅବସାନ ଘଟିଛି , ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ଫୁଲଷ୍ଟପ୍। ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ଏକା ଲଢ଼ିବ ପଦ୍ମଦଳ। ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ସୋସିଆଲ୍ ମିଡିଆରେ ଏହା ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ ମେଣ୍ଟ ପାଇଁ ବିଜେଡି ଅନୁରୋଧ କରିଥିଲା, ବିଜେପି ଅଗ୍ରାହ୍ୟ କଲା ବୋଲି ସାଂସଦ ଅପରାଜିତାଙ୍କ ବୟାନ ପରେ ମେଣ୍ଟକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱରେ ଏକପ୍ରକାର ଅବସାନ ଘଟିଛି I ଆଉ ଆଜି ଏକାକି ଲଢ଼ିବା ନେଇ ମନମୋହନଙ୍କ ଏ ପୋଷ୍ଟକୁ ରିପୋଷ୍ଟ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଏକପ୍ରକାର ଜଣାଇ ଦେଇଥିଲେ ଯେ ଏହା ପଛରେ ରହିଛି କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶ। ଆଉ ସେପଟେ ଏଇ ନିଷ୍ପତ୍ତି ନେଇ ଗଭୀର କୃତଜ୍ଞ ବୋଲି ଉଲ୍ଲେଖ କରିବା ସହ ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା ବିଜେପି ଅଗ୍ରାହ୍ୟ କଲା ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରପକ୍ଷେ ବିଜେଡି ଛାଡ଼ିବା ପରେ ଏହା ଏକ ଅନୈତିକ ମେଣ୍ଟ ହେବାକୁ ଯାଉଥିଲା ବୋଲି କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।
ଅନ୍ୟପକ୍ଷୟରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ବିଜେଡି ସମସ୍ତ ଆସନରେ ଲଢ଼ିବ ବୋଲି ପୋଷ୍ଟ କରିଛନ୍ତି ବବି । ଲେଖିଛନ୍ତି, ବିଜେଡି ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଲଢ଼ିବ । ଲୋକଙ୍କ ସମର୍ଥନରେ ନବୀନଙ୍କ ନେତୃତ୍ୱରେ ତିନି ଚତୁର୍ଥାଂଶ ସିଟ୍ ପାଇବୁ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପ୍ରଣବ ପ୍ରକାଶ ଦାସ ।