ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ଧରି ଝଡ଼ ବର୍ଷା ଲାଗି ରହିଛି

ଓଡ଼ିଶାରେ କାଲ ବୈଶାଖୀ ର ପ୍ରଭାବଓଡ଼ିଶାରେ ଭିଭିନ୍ନ  ଜିଲ୍ଲାରେ ଗତକାଲି ଅପରାହ୍ନ ଠାରୁ କଳା ବୈଶାଖିର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ରାତିରେ କିଛି  ଜିଲ୍ଲାର ପ୍ରାୟତଃ ସମସ୍ତ ସ୍ଥାନରେ ପବନ ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ପବନ ବର୍ଷାରେ କିଛି ସ୍ଥାନରେ ଗଛ ଭାଙ୍ଗି ମୁଖ୍ୟ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ବିଶେଷ କିଛି ନଷ୍ଟ  ହୋଇନଥିବା ସୂଚନା ମିଳିଥିବା ବେଳେ ଆଜି ଦିନ ମେଘୁଆ ପାଗ ଦେଖିବାକୁ ମିଳିଥିଲା ।ଗତ ରାତିର ପବନ ବର୍ଷାରେ କିଛି ଜାତୀୟ ରାଜପଥ ମୁଖ୍ୟ ରାସ୍ତାରେ ଗଚପଡ଼ି ଯାଇଥିବା ବେଳେ କିଛି ସମୟ ପାଇଁ ଗମନା ଗମନ ଠପ୍ ହୋଇଥିଲା ପରେ ଆଜି ସକାଳୁ ଏହି ଗଛଗୁଡିକୁ ରାସ୍ତାରୁ ହଟେଇବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇପାରିଥିଲା । ବଙ୍ଗୋପସାଗରରେ ଗୁରୁଚାପ ସୃଷ୍ଟି ଯୋଗୁଁ ଏହି କଳା ବୈଶାଖୀ ହୋଇଥିବା ବେଳେ ଏହାର ପ୍ରଭାବ ଦୁଇ ଦିନ ଧରି ଅର୍ଥାତ ଆସନ୍ତାକାଲି ପର୍ଯ୍ୟନ୍ତ ରହିବ ବୋଲି ଅନୁମା କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ଧରି ଝଡ଼ ବର୍ଷା ଲାଗି ରହିଛି । ଏପରିକି ଗତ 24 ଘଣ୍ଟା ଧରି ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଅନ୍ୟ ଅଞ୍ଚଳରେ ବର୍ଷା ଲାଗି ରହିଛି । କୋହଲା ପାଗ ସାଙ୍ଗକୁ ପବନ ବହୁଛି । ବିଜୁଳି ଘଡ଼ଘଡି ସହ ବର୍ଷା ଲାଗି ରହିବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି I ଏହା ସହ ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଏମିତି ପାଗ ରହିବା ସହ ବର୍ଷା ହେବ ସମ୍ଭାବନା ରହିଛି  ।

Insight News
Author: Insight News

Leave a Reply

Your email address will not be published. Required fields are marked *