ଭାରତୀୟ ସମ୍ବିଧାନ ସମ୍ପର୍କରେ ଚର୍ଚ୍ଚା ହେବା ଆଜିର ବଡ ଆବଶ୍ୟକତା

ଭାରତୀୟ ସମ୍ବିଧାନ ସମ୍ପର୍କରେ ଚର୍ଚ୍ଚା ହେବା ଆଜିର ବଡ ଆବଶ୍ୟକତା
କଟକ: ସମ୍ବିଧାନ କୁ ଆମେ ସମ୍ମାନ ଜଣାଇଲେ ଗଣତନ୍ତ୍ର ଅଧିକ ମଜବୁତ୍ ହେବ | ସାଧାରଣ ଲୋକେ ସମ୍ବିଧାନ ବିଷୟରେ ଆଲୋଚନା କରି କିପରି ଉନ୍ନତି କରିପାରିବେ, ସେଥି ପାଇଁ ବିଜେପି ର “ସମ୍ବିଧାନ ଗୌରବ ଅଭିଯାନ” ର ମୂଳ ଲକ୍ଷ୍ୟ ରହିଛି |
ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ, କଟକ ଶାଖା ତରଫରୁ ଏହି ସନ୍ଦର୍ଭରେ ଏକ ଆଭାସୀ ଆଲୋଚନା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଶିଷ୍ଟ ବ୍ୟକ୍ତିମାନେ ନିଜର ମତ ଦେଇଛନ୍ତି | ବିଶିଷ୍ଟ ରାଜନୀତି ବିଜ୍ଞାନ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର କହିଛନ୍ତି ଯେ, ବିଧାନସଭା ଓ ସାଂସଦ ପାଇଁ ଶିକ୍ଷାଗତ ଯୋଗ୍ୟତା ନିର୍ଧାରଣ କରାଗଲେ ଗଣତନ୍ତ୍ର ଅଧିକ ସୁଦୃଢ଼ ହେବ | ଏହି ଆଲୋଚନା ଭିତରେ ଏହି ମତ ଦିଆଯାଇଛି ଯେ, ପଞ୍ଚାୟତ ନିର୍ବାଚନ ରେ ଦୁଇଟି ସନ୍ତାନ ରୁ ଅଧିକ ଥିଲେ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରିହେବ ନାହିଁ | ସେହିପରି ବିଧାନସଭା ଓ ସାଂସଦ ପାଇଁ ଏହି ନିୟମ ଲାଗୁ କରିବା ଅତି ଆବଶ୍ୟକ |
ଲୋକସଭା ସାଂସଦ ଡ ରବୀନ୍ଦ୍ର ବେହେରା ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ଏହି ଆଲୋଚନାରେ ଯୋଗଦେଇ ଜାତି ସଂରକ୍ଷଣ ଓ ଗଣତନ୍ତ୍ର ମନ୍ଦିରରେ ହଟ୍ଟଗୋଳ ବିଷୟରେ ଚର୍ଚ୍ଚା କରିଛନ୍ତି | ସମ୍ବିଧାନ କୁ ଅଧିକ ଲୋକ ଲୋଚନ କୁ ଆଣିବା ପାଇଁ ଜନସଚେତନତା ଅତ୍ୟନ୍ତ ଦରକାର, ବୋଲି ସେମାନେ କହିଛନ୍ତି |
ବିଜେପି କଟକ ନୂତନ ସଭାପତି ସୁକାନ୍ତ ବିଶ୍ଵାଳ ସଭାପତିତ୍ବ କରି ଏହି ଦିଗରେ ବିହିତ ପଦକ୍ଷେପ ନେବାକୁ କହିଥିଲେ | ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ରାଜ୍ୟ ଆବାହକ ସୁଦର୍ଶନ ନାୟକ ଅତିଥି ଭାବେ ଯୋଗଦେଇ “ଆମ ସମ୍ବିଧାନ ସବୁଠାରୁ ଭଲ” ବୋଲି କହିଥିଲେ | ସେ ଏହି ମତ ମଧ୍ୟ ଦେଇଥିଲେ ଯେ, ଜରୁରୀକାଳୀନ ପରିସ୍ଥିତି ବେଳେ ସମ୍ବିଧାନ ର ଦୁରୁପଯୋଗ ଦୁଃଖଦାୟକ |
ବିଧାନସଭା ଓ ସାଂସଦଙ୍କ ପାଇଁ ଦୁଇଥର ରୁ ଅଧିକ ପଦବୀ ରଖିବାକୁ ଦିଆଯିବ ନାହିଁ, ସମ୍ବିଧାନ ବିଷୟରେ ଟିଭି ସିରିଏଲ୍ ପ୍ରସ୍ତୁତି ଓ ପ୍ରଦର୍ଶନ କରିବାକୁ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ, ବୋଲି ମତ ଦିଆଯାଇଥିଲା |
ବରଦା ଦାସ, ସଂଯୋଜକ, ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ, କଟକ, ଏହି ସଭାର ସଂଯୋଜନ କରିଥିଲେ | କାର୍ତ୍ତିକ ପରିଛା, ଉମାଶଙ୍କର ମିଶ୍ର, ଡ. ନନ୍ଦ ନନ୍ଦନ ଦାସ, ପ୍ରତାପ ରାଉତ, ନିମାଇଁ ସ୍ୱାଇଁ, ଦିପାୟାନ ପଟ୍ଟନାୟକ ଅନ୍ୟମାନେ ମଧ୍ୟ ଏହି ଆଲୋଚନାରେ ଯୋଗଦେଇ ନିଜର ମତ ମତାମତ ପ୍ରକାଶ କରିଥିଲେ |
ଏହି ଆଲୋଚନାର ଫଳରେ ଆଗାମୀ ଦିନରେ ନୂତନ ନୀତିଗୁଡ଼ିକ ଗ୍ରହଣ କରିବା ଉପରେ ବିଚାର ବିମର୍ଶ ଚାଲିବ ଓ ଏହି ମତାମତଗୁଡ଼ିକ ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯିବ |ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଙ୍କୁ ଏକ ସ୍ମାରକ ପତ୍ର ଦିଆଯିବ

Insight News
Author: Insight News

Leave a Reply

Your email address will not be published. Required fields are marked *