ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍᠎᠎ର (ଓକେସିଏଲ୍) ବାର୍ଷିକ ନେଟ୍᠎᠎ୱାର୍କ୍ ପାର୍ଟନର୍ସ୍ ମିଟ୍ ୨୦୨୫

ଭୁବନେଶ୍ୱର, ୨୯ ଜାନୁଆରୀ ୨୦୨୫ ଏକ ଉତ୍ସାହପୂର୍ଣ୍ଣ ଏବଂ ନବୀନ ପରିବେଶରେ ରେଳ ଅଡିଟୋରିୟମ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି I ଏହି ସମାରୋହ ଏଆଇ ପାୱାର୍ଡ୍ ଏବଂ ଏଆଇ ଫ୍ଲେବର୍ଡ୍ (“AI Powered, AI Flavoured”) ଥିମ୍ ଅନୁସାରେ ଆୟୋଜିତ ହୋଇଥିଲା I ଏହି କାର୍ଯ୍ୟକ୍ରମ᠎᠎ରେ ବିଭିନ୍ନ ସ୍ତରର ପ୍ରତିନିଧି, ବିଭିନ୍ନ ଉଦ୍ୟୋଗର ଉଦ୍ୟୋଗପତି ଏବଂ ସରକାରୀ ଅଧିକାରୀମାନେ ଏକତ୍ରିତ ହୋଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ କିପରି ରାଜ୍ୟରେ ଡିଜିଟାଲ ଦୂରତା ଏବଂ ଅନଲାଇନ୍ ସରକାରୀ ସେବାଗୁଡ଼ିକର ଉନ୍ନତି ପାଇଁ ସହାୟକ ହେଉଛି ତା’ ବିଷୟରେ ଚର୍ଚ୍ଚା କରିଥିଲେ I
ଓକାକ୍ (OCAC)ର ସିଇଓ ଡଃ ପ୍ରଦୀପ କୁମାର ରାଉତ ଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଉଦ୍᠎᠎᠎ଘାଟନ କରିଥିଲେ । ତାଙ୍କ ମୁଖ୍ୟ ଭାଷଣରେ ଡିଜିଟାଲ୍ ବୈଷମ୍ୟ ଦୂର କରିବାରେ ଇ-ଗଭର୍ଣ୍ଣାନ୍ସର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ନୂତନ ପ୍ରଯୁକ୍ତିବିଦ୍ୟା, ବିଶେଷକରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ସମସ୍ତ ନାଗରିକଙ୍କ ପ୍ରଗତିରେ ସାହାଯ୍ୟ କରିପାରିବ ସେହି ପ୍ରସଙ୍ଗରେ ଆହ୍ୱାନ ଦେଇଥିଲେ I ” ଏଆଇ କେବଳ ଏକ ଉପକରଣ ନୁହେଁ, ଏହା ଏକ ପରିବର୍ତ୍ତନର ସୂତ୍ରଧାର । ସେ କହିଥିଲେ ଏହା ଆମକୁ ସମସ୍ତ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ସହାୟକ ହୋଇପାରିବ” I

ଡ. ମନୋରଞ୍ଜନ ପୁଥାଳ ᠎ ପରିଚାଳନା ନିର୍ଦ୍ଦେଶକ (ଓକେସିଏଲ୍), ସଂସ୍ଥାର ଦୃଷ୍ଟିକୋଣ ଏବଂ ସଫଳତା ଉପରେ ଆଲୋଚନା କରିଥିଲେ । ସେ ନବୀନତା, ଔଦ୍ୟୋଗିତା ଏବଂ ବିକାଶଶୀଳ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଓକେସିଏଲ୍᠎᠎ର ନେଟ୍᠎᠎ୱାର୍କ୍ ପାର୍ଟନର୍ସ୍ ଏବଂ ଅଧିକାରୀମାନଙ୍କ ସହଯୋଗକୁ ପ୍ରଶଂସା କରି କହିଥିଲେ ଯେ ଏହି ସହଯୋଗିତା ସଂସ୍ଥାର ବୃଦ୍ଧି ଏବଂ ପ୍ରଭାବକୁ ନୂଆ ମୋଡ଼ ଦେଇଛି । “ଆମର ଯାତ୍ରା ସହଯୋଗିତା ଏବଂ ସହଭାଗିତାର ଏକ ଅଭିବ୍ୟକ୍ତି । ସେ କହିଥିଲେ ଯେ, ସମସ୍ତେ ମିଳିମିଶି ଆମେ ଏକ ଭବିଷ୍ୟତ ଗଠନ କରୁଛୁ ଯେଉଁଠି ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିପାରିବ” ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣ୍ୟମାନ୍ୟ ଅତିଥିମାନେ ଯୋଗଦାନ କରିଥିଲେ, ଯେଉଁମାନଙ୍କ ମଧ୍ୟରେ ଜଣାଶୁଣା ସାମ୍ବାଦିକ ଶ୍ରୀ ଅଶୋକ ଦାସ, ପ୍ରସିଦ୍ଧ ଚାର୍ଟାଡ୍ ଆକାଉଣ୍ଟାଣ୍ଟ୍ ଶ୍ରୀଯୁକ୍ତ ଏ.କେ. ସାବତ, ଓକେସିଏଲ୍᠎᠎ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ବିରାରୀ, ଏବଂ ଏଚ୍᠎᠎କେସିଏଲର ପରିଚାଳନା ନିର୍ଦ୍ଦେଶକ᠎᠎ ଶ୍ରୀ ଅଭିଜିତ କୁଲକର୍ଣ୍ଣୀଙ୍କ ନାମ ଉଲ୍ଲେଖନୀୟ । ସେମାନେ ଓକେସିଏଲ୍᠎᠎ର ଇ- ଲର୍ଣ୍ଣିଂ, ଇ- ଗଭର୍ଣ୍ଣାନ୍ସ୍ ଏବଂ ଇ-ସଶକ୍ତିକରଣ କ୍ଷେତ୍ରରେ ଅବଦାନକୁ ଭୂୟସୀ ପ୍ରଶଂସା କରିବା ସହିତ ଓକେସିଏଲ୍᠎᠎ର ଉତ୍ତୋରତ୍ତର ଉନ୍ନତି ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଲୋଚନା ଚକ୍ର ମାଧ୍ୟମରେ ନେତୃତ୍ୱ, ନୂତନ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା I ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରଦର୍ଶନ କରିଥିବା ନେଟ୍᠎᠎ୱାର୍କ୍ ପାର୍ଟନର୍ସ୍ ମାନଙ୍କୁ ପୁରସ୍କୃତ ଏବଂ ସମ୍ମାନିତ କରାଯାଇଥିଲା ।

ଏହି ସମାରୋହରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍, ଆଇଓଟି, ରୋବଟିକ୍ସ ଇତ୍ୟାଦିର ବିଭିନ୍ନ ନମୁନା ପ୍ରଦର୍ଶିତ କରାଯାଇଥିଲା I ଓଡ଼ିଶାର ସଂସ୍କୃତି ଏବଂ କଳାତ୍ମକ ପ୍ରତିଭାକୁ ପ୍ରଦର୍ଶନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏହି କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା । ଏହି ପ୍ରଦର୍ଶନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଏବଂ ଏହି ପ୍ରଯୁକ୍ତି-କେନ୍ଦ୍ରିତ କାର୍ଯ୍ୟକ୍ରମରେ ପାରମ୍ପରିକ ରଙ୍ଗ ଯୋଡ଼ି ହୋଇଥିଲା।

ବାର୍ଷିକ ନେଟ୍᠎᠎ୱାର୍କ୍ ପାର୍ଟନର୍ସ୍ ମିଟ୍ ୨୦୨୫ ଏହା ସ୍ପଷ୍ଟ କରିଦେଇଛି ଯେ ଓକେସିଏଲ୍ ଇ-ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ୍ ସଶକ୍ତିକରଣ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା ଭାବରେ ନିଜର ପ୍ରୟାସ ଜାରି ରଖିଛି । ଏଆଇ ଏବଂ ନବୀନ ପ୍ରଯୁକ୍ତିବିଦ୍ୟାକୁ ନେଇ ସଂସ୍ଥା ଆଗେଇ ଚାଲିଥିବାବେଳେ, ଏକ ଡିଜିଟାଲ୍ ସଶକ୍ତ ତଥା ବିକଶିତ ଓଡ଼ିଶା ଗଠନ ପାଇଁ ନିରନ୍ତର ପ୍ରଚେଷ୍ଟା କରିଚାଲିଛି I

Insight News
Author: Insight News

Leave a Reply

Your email address will not be published. Required fields are marked *