ଆଇ ଟି ବିଭାଗ ରେ ବେକାରୀ ଙ୍କୁ ରୋଜଗାର ଓ ରାଜ୍ୟରେ ଚକବନ୍ଦୀ କେସ ଫଇସlଲl ରେ ବିଳମ୍ୱ ( ପ୍ରତିକାର ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର)


ତା ୨୧-୯ : ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କ କଟକ ସର୍କିଟ ହାଉସ ଗସ୍ତ ସମୟରେ ଥିଙ୍କର୍ଷ କ୍ଳବ୍ ତରଫରୁ ସଭାପତି ବରଦା ଦାସ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଓ ରାଜ୍ୟ ବିଜେପି ମହିଳା ଶାଖା ସମ୍ପାଦିକା ରଶ୍ମିରେଖା ଦାସ, ବିନୋଦ ଦାସ,ଶ୍ରୀତମ ଦାସଙ୍କ ଉପସ୍ଥିତି ରେ ସ୍ମାରକ୍ ପତ୍ର ପ୍ରଦାନ କରିଛନ୍ତି l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୧-୧୨ ରେ ସଞ୍ଜୟ ଦାସ ବର୍ମା ବୈଷୟିକ ମନ୍ତ୍ରୀ ଥିବାବେଳେ ବିଟେକ ,ଆଇ ଟି ଛାତ୍ର ଛାତ୍ରୀ ମାନଙ୍କୁ ଚାକିରି ଦେବା ପାଇଁ ୧୦୦ ଟଙ୍କା ଲେଖାଏଁ ଦାଖଲ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା l ତଦନୁଯାୟୀ ବହୁ ଚାତ୍ର ଛାତ୍ରୀ ଟଙ୍କା ପଠାଇ ପଞ୍ଜୀକୃତ କରି ଥିଲେ l ମାତ୍ର ରୋଜଗାର ନପାଇ ବେକାର ବସିଥିବା ଛାତ୍ର ଙ୍କୁ ଚାକିରୀ ଦେବା ଓ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଦୀର୍ଘ୍ ବର୍ଷ ହେବ ଚକବନ୍ଦୀ ମକଦ୍ଦମା ଏଡିଏମ୍ ଙ୍କ ଦ୍ଵାରା ଶୀଘ୍ର ଫଇସଲା ଦିଗରେ ବିହୀତ ପଦକ୍ଷେପ ନେବା ପାଇଁ ଆଲୋଚନା କରି ୨ ଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ବିଚାର କରି ବିହୀତ ପଦକ୍ଷେପ ନେବେ ବୋଲି କହିଛନ୍ତି । ସଂପ୍ରତି ଉତ୍କଟ ବେକାର ସମସ୍ୟା ସାଙ୍ଗକୁ ଚକବନ୍ଦୀ ମକଦ୍ଦମା ଫଇସଲ। ହେଉ ନ ଥିବାରୁ ଦୀର୍ଘ ୨୫ ବର୍ଷରୁ ଅଧିକ ଦିନ ଜମିର ମାଲିକାନା ଜିଲ୍ଲା ଚକବନ୍ଦୀ କାର୍ଯ୍ୟାଳୟରେ ଝୁଲୁଛି ।

Insight News
Author: Insight News

Leave a Reply

Your email address will not be published. Required fields are marked *