ବିଜେପି ବାଚସ୍ପତି ପଦ ଛାଡିବାକୁ ରାଜି ନୁହନ୍ତି ,ଚିନ୍ତାରେ ମୋଦି ସରକାର

ଦେଶରେ ପୁଣି ତୃତୀୟ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏନଡିଏ ପୁଣି ସରକାର ଗଢ଼ିଛି । କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବିଭାଗ ବଟନ ସାରିଛି । ଆସନ୍ତା ୨୪ ତାରିଖରେ ହେବେକୁଥିବା ବାଚସ୍ପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଯଦି ବିଜେପି ଲୋକସଭା ବାଚସ୍ପତି ଗାଦି ନିଜ ହାତକୁ ନିଏ ତାହେଲେ ଏନଡିଏ ମେଣ୍ଟ ଭାଙ୍ଗିଯିବ | ବିଜେପିର ଏହା ପୁରୁଣା ଅଭ୍ୟାସ କ୍ଷୀର ପିଆଇଥିବା ଲୋକକୁ ହିଁ ଚୋଟ ମାରିବା |’ ଲୋକସଭା ବାଚସ୍ପତି ପଦକୁ ନେଇ କିଛି ଏମିତି କହିଛନ୍ତି ଶିବସେନା(ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ |ଦେଶରେ ପୁଣି ତୃତୀୟ ଥର ପାଇଁ ମୋଦି ସରକାର | ଲୋକସଭା ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏନଡିଏ ପୁଣି ସରକାର ଗଢ଼ିଛି । ବିଜେପି ଏଥର ସଂଖ୍ୟା ଗରିଷ୍ଠତା କେନ୍ଦ୍ରରେ ହାସଲ କରିପାରି ନାହିଁ | ଯାହା ପାଇଁ ସହଯୋଗୀବକ ଉପରେ ଭରଷା କରିଛି ବିଜେପି | ସେପଟେ ଏନଡିଏର ସହଯୋଗୀ ଦଳ ଲୋକସଭା ବାଚସ୍ପତି ପଦ ନେବା ପାଇଁ ଅଡି ବସିଛନ୍ତି।ଯାହାକୁ ନେଇ କିଛି ବିସ୍ଫୋରକ ବୟାନ ଦେଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ | ସେ କହିଛନ୍ତି, ଯଦି ଲୋକସଭା ବାଚସ୍ପତି ପଦରେ ଯଦି ବିଜେପିରୁ କେହି ନ ବସନ୍ତି ତାହେଲେ ସହଯୋଗୀ ଦଳରେ ମଧ୍ୟରେ ଫାଟ ସୃଷ୍ଟି କରିବ ବିଜେପି | ପ୍ରଥମେ ସେ ଚନ୍ଦ୍ର ବାବୁ ନାଇଡୁଙ୍କୁ ଦଳ ଟିଡ଼ିପିକୁ ଭାଙ୍ଗିବ | ଏହା ପରେ ନୀତିଶ କୁମାରଙ୍କ ଜେଡିୟୁ, ଚିରାଗ ପାଶ୍ବାନଙ୍କ ଦଳ ଇତ୍ୟାଦିକୁ ଭାଙ୍ଗି ଦେବେ ମୋଦି ଓ ଅମିତ ଶାହା | ଖାଲି ସେତିକି ନୁହେ ସେ ଆହୁରି ମଧ୍ୟ କହିଛନ୍ତି ସେ ଯଦି ଚଦ୍ରବାବୁ ନାଇଡୁ ବାଚସ୍ପତି ପାଇଁ ପ୍ରାର୍ଥୀ ଦିଅନ୍ତି ତାହେଲେ ଇଣ୍ଡିଆ ମେଣ୍ଟର ସବୁ ପାର୍ଟି ଚନ୍ଦ୍ରାବାବୁଙ୍କୁ ହିଁ ସମର୍ଥନ ଜଣାଇବେ |

ତେବେ ବାଚସ୍ପତି ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାର ସବୁଠୁ ବଡ଼ ଉଦାହରଣ ୧୯୯୯ରେ ଦେଖିବାକୁ ମିଳିଥିଲା। ସେହି ସମୟରେ କେବଳ ଗୋଟିଏ ଭୋଟ ଯୋଗୁ ଅଟଳ ବିହାରୀ ସରକାର ଭାଙ୍ଗି ଯାଇଥିଲା। ସେତବେଳର ଲୋକସଭା ବାଚସ୍ପତି ଏନଡିଏର ନିର୍ବାଚିତ ହୋଇଥିଲେ ମଧ୍ୟ କଂଗ୍ରେସ ଓଡ଼ିଶାର ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଗୀରିଧର ଗମାଙ୍ଗଙ୍କୁ ଭୋଟ ଦେଇଥିଲେ। ଯାହା ଯୋଗୁ ବାଜପେୟୀଙ୍କ ସରକାର ଭାଙ୍ଗି ଯାଇଥିଲା।

ସେହି ସମାନ ପରିସ୍ଥଯିତି ଏବେ ୨୪ ନିର୍ବାଚନରେ ଦେଖିବାକୁ ମିଳିଛି | ବିଜେପି ନେତୃତ୍ୱ ଏନ୍ଡିଏର ସହଯୋଗୀ ଏବେ ଲୋକସଭା ବାଚସ୍ପତି ପଦ ପାଇଁ ଅଡ଼ି ବସିଛନ୍ତି | ଯାହାକୁ ନେଇ ପୁଣି କଂଗ୍ରେସ ହିଁ ନିର୍ଣ୍ଣାୟକ ହୋଇପାରେ | ଯାହା ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିନ୍ତା ବଢ଼ାଇଛି |

Insight News
Author: Insight News

Leave a Reply

Your email address will not be published. Required fields are marked *