ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ରାଜେନ୍ଦ୍ର ଦାସ ଶର୍ମା ଙ୍କ ବିୟୋଗ

ସ୍ବର୍ଗତ ଶ୍ରୀ ରାଜେନ୍ଦ୍ର ଦାସ ଶର୍ମା ସୁନ୍ଦରଗଡ ହାଇସ୍କୁଲ ରେ ଶିକ୍ଷକତା ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ତନରେ ଶିକ୍ଷକତା କରି ଗିରି ରୋଡ଼ ବାଳିକା ଉଛ ବିଦ୍ୟାଳରୁ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ| ନିଜର ପ୍ରତିଭା ପାଇଁ ତାଙ୍କୁ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ରାଷ୍ଟ୍ରପତିଙ୍କ ଦ୍ୱାରା ପୁରୀ ଠାରେ ପୁରସ୍କୃତ ହୋଇଥିଲେ । ସ୍ବର୍ଗତ ଶ୍ରୀ ରାଜେନ୍ଦ୍ର ଦାସ ଶର୍ମା ଜଣେ ନିଷ୍ଠାପର ପରୋପକାରୀ ସମାଜସେବୀ,ଶିକ୍ଷାବିତ ଥିଲେ.ଶ୍ରୀ ଦାସ ଶର୍ମା ଜଣେ ମେଳାପୀ ଶିକ୍ଷକ ହୋଇ ଥିବାରୁ ତାଙ୍କ ମୃତ୍ୟୁ ରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି. ପଣ୍ଡିତ ଶ୍ରୀ ରାଜେନ୍ଦ୍ର ଦା ଶସର୍ମା ହୃଦଘାତରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ୮୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଶ୍ରୀ ଦାସ ଶର୍ମା ୦୯-୦୪-୨୦୨୪ ତାରିଖ ସମୟ ଦିବା 1 ଘଟିକା 5 ମିନିଟ ସମୟରେ ପୈତୃକ ବାସଭବନରେ ଇହଲୀଳା ସମ୍ବରଣ କଲେ. ତାଙ୍କ ମୃତ୍ୟୁ ସମୟରେ ବଡ ପୁଅ ସନ୍ତୋଷ କୁମାର ଦାସ. ସାନ ପୁଅ ସଞ୍ଜୟ କୁମାର ଦାସ , ଭାଇ ରାମକୃଷ୍ଣ ଦାସ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଙ୍କ ସହିତ ବୋହୁ, ନାତି, ନାତୁଣୀ, ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ !ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନ ଠାରେ ଆତ୍ମୀୟ ସ୍ବଜନ, ବନ୍ଧୁ ବର୍ଗ ଓ ବହୁ ବିଶିଷ୍ଟ ବ୍ୟକ୍ତି ପହଂଚି ଥିବା ଦେଖିବାକୁ ମିଳିଛି

Insight News
Author: Insight News

Leave a Reply

Your email address will not be published. Required fields are marked *