ଦେଓଗାଁର ଐତିହାସିକ ପଥର ବନ୍ଧ ମରାମତି ପାଇଁ ଦାବୀ

ଦେଓଗାଁ- ପ୍ରାୟ ୯୦୦ ଖ୍ରୀଷ୍ଟାବ୍ଦ ରେ ରାଜା ଯଯାତିକେଶରୀ କୁଶେଇ ନଦୀର ବନ୍ଯା ଦାଉରୁ ଦେଓଗାଁ ଅଞ୍ଚଳକୁ ରକ୍ଷା କରିବା ପାଇଁ ଏଠାରେ ନିର୍ମାଣ କରାଯାଇଥିବା ଓଡ଼ିଶାର ଦିତୀୟ ପଥର ବନ୍ଧ ଜରାଜୀର୍ଣ୍ଣ ହୋଇପଡ଼ିଛି୲ ପ୍ରଶାସନିକ ଅବହେଳା ଓ ଉପଯୁକ୍ତ ରକ୍ଷଣା ବେକ୍ଷଣା ଅଭାବ ରୁ ଏହି ଏୈତିହାସିକ ପୁରାତନ କୀର୍ତ୍ତିରାଜି ଧିରେଧିରେ ନଷ୍ଟ ହୋଇ ଯାଉଥିବାରୁ ବିଭିନ୍ନ ମହଲରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି୲ ୫୦୦ ମିଟର ଲମ୍ବ ଏହି ବନ୍ଧ ନଦୀପତ୍ତନଠାରୁ ପ୍ରାୟ ୧୫ଫୁଟ ଉଚ୍ଚତାରେ ନିର୍ମାଣ ହୋଇଥିଲା ଏହି ପଥର ବନ୍ଧ ରୁ ବନ୍ଯା ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଥିବାବଳେ ସ୍ନାନ ଓ ସୌଚ ପାଇଁ ୨ଗୋଟି ଘାଟ ରହିଛି୲

ଏହାର ରକ୍ଷାଣ ବେକ୍ଷଣ, ମରାମତି ପାଇଁ ଆସୁଥିବା ଅନୁଦାନ ଯଥେଷ୍ଟ ଅଧିକ ହେଉନଥିବାରୁ ଏହାର କୀର୍ତ୍ତିରାଜି ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି ୲ ଆନନ୍ଦପୁର ଜଳସେଚନ ବିଭାଗ (ବନ୍ଯା) ଅଧିନରେ ଥିବା ଏହି ପଥର ବନ୍ଧ ଆଜକୁ କିଛିଦିନ ହେଲା ଅସୁରକ୍ଷିତ ମନେ ହେଉଛି୲ କୁଶେଇ ନଦୀ ପାର୍ଶ୍ଵରେ ରହିଛି ବହୁ ପୁରାତନ କୁଶଳେଶ୍ବର ମନ୍ଦିର ୲ ବନ୍ଧ ମରାମତି ପାଇଁ ବହୁ ବୁଦ୍ଧିଜୀବୀ ଦାବୀ କରିଛନ୍ତି୲

Insight News
Author: Insight News

Leave a Reply

Your email address will not be published. Required fields are marked *