(୨୪/୩/୨୪)ପୂର୍ବାହ୍ନ ୧୧ଟା ସମୟରେ ବର୍ଷୀୟାନ ସାମ୍ବାଦିକ ଓ ଓଡ଼ିଆ ଅସ୍ମିତାର ଜାଗ୍ରତ ପ୍ରହରୀ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ଵାରା ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଅର୍ଦ୍ଧ ରାଜନୈତିକ ସଂଗଠନ”ମଧୁଜନତା” ଏବଂ ମନୋରଞ୍ଜନ ଦାସଙ୍କ ରଚିତ କବିତା ସଂକଳନ “ଜାଗରେ ଜାଗରେ ମଧୁଜନତା” ଲୋକାର୍ପିତ ହୋଇଯାଇଛି ।
ପ୍ରାରମ୍ଭରେ ମଧୁଜନତା ସଂଗଠନର ଆବାହକ ମନୋରଞ୍ଜନ ଦାସ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।ମଧୁବାବୁଙ୍କ ରଚିତ “ଉତ୍କଳ ସନ୍ତାନ” ଗାନ କରାଯାଇ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଇଥିଲା ।
ଉଦ୍ଘାଟକ ଶ୍ରୀଯୁକ୍ତ ପଟ୍ଟନାୟକ ମଧୁବାବୁଙ୍କ ଅବଦାନ ଓ ବୁଦ୍ଧଙ୍କ ଓଡିଆତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ ।ଓଡ଼ିଆ କୈନ୍ଦ୍ରିକ ଯବକାଚରେ ଓଡ଼ିଶାର ଇତିହାସ ଓ ଓଡ଼ିଆ ଜାତିର ଅସ୍ମିତାର ଅନୁଧ୍ୟାନ ଓ ଅଧ୍ୟୟନ କରାଯିବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ମତ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସୂଚନା ଅଧିକାର ଆନ୍ଦୋଳନର ସାରଥୀ ଶ୍ରୀ ପ୍ରଦୀପ ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୁସ୍ତକର ପ୍ରକାଶକ ଜେନାମଣି ଦିଲ୍ଲୀପ କୁମାର ରାୟ,ମିସନ୍ ଜଷ୍ଟିସ୍ ନେତା ଶ୍ରୀ ତପନ ପାଢୀ,ଓଡ଼ିଆ ଜାତୀୟ ସମ୍ମିଳନର ସଂପାଦକ ଶ୍ରୀକାନ୍ତ ଦାଶ,ସମୃଦ୍ଧ ଓଡିଶା ଢେଙ୍କାନାଳ ସଭାପତି ଶ୍ରୀ ବିନାୟକ ଶତପଥୀ,ଶ୍ରୀ ଲଳିତ କୁମାର ବେହେରା ଓ ଶ୍ରୀ କରୁଣାକର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରଫେସର ଶ୍ରୀମତୀ ସବିତା ରାଣୀ ପଟ୍ଟନାୟକ ସମସ୍ତଙ୍କୁ ଜଳଯୋଗରେ ଆପ୍ୟାୟିତ କରିଥିଲେ ।book